Thursday, 25 June 2020

BHATRU BHABA-ODIA PALA(ଭାତୃ ଭାବ)||GAYIKA GOURIBALA SWAIN||ODIA PALA COL...







ଏହି ପାଲା ର ବିଷୟ ବସ୍ତୁ ଟିର ନାମ ଭାତୃଭାବ , ଭାଇ ଭାଇ ମଧ୍ୟ ରେ ଥିବା ନିବିଡ ଭାତୃ ପ୍ରେମ  ବା ଭାତୃ ଭାବ ଏତେ ନିବିଡ ଯେ ଯେପରି ଆକାଶ ରେ କଲା ମେଘ ଆସିଲେ ମୟୁର ଯେପରି ନୃତ୍ୟ ଆରମ୍ଭ କରି ଦିଏ  ,ସୂର୍ଯ୍ୟ ଙ୍କୁ ଦେଖିଲେ ପଦ୍ମ ଯେପରି ବିକଶିତ ହୁଏ ,ଜହ୍ନ କୁ ଦେଖିଲେ କଇଁ ଫୁଲ ଯେପରି ଫୁଟେ ,ହେଲେ ସେମାନଙ୍କୁ କେହି ଏପରି କରିବା ପାଇଁ କହି ନଥାନ୍ତି ଏହା କେବଳ ନିବିଡ ପ୍ରେମ ଦ୍ୱାରା ସମ୍ଭବ ହୋଇଥାଏ ସେହି ପରି ଭାଇ ଭାଇ ର ସମ୍ପର୍କ

                     ଆହୁରି ମଧ୍ୟ ଗାୟିକା ସୁନ୍ଦର ଭାବରେ ବର୍ଣନା କରିଛନ୍ତି ଯଦି ଦୁଇ ଭାଇ ନ୍କ ମଧ୍ୟରୁ ଜଣେ ଗାଁ ରେ ରହୁଛି ଏବଂ ଜଣେ ବିଦେଶ ରେ ରହୁଛି ଗାଁ ରେ ଥିବା ଭାଇ କୌଣସି ପର୍ବ ପର୍ବାଣି ରେ ପିଠା ପାନ ଖାଇଲା ବେଳେ ଭାବୁ ଥିବ ମୋ ଭି ଯଦି ମୋ ପାଖରେ ଥାନ୍ତା ସାଙ୍ଗ ହୋଇ ବସି ଖାଇ ଥାନ୍ତୁ ତା ପାଖରେ ତା ମା ନାହିଁ ମା ମୋ ପାଖରେ ଅଛି ତାକୁ ପିଠା କରି କିଏ ଖାଇବାକୁ ଦେଉଥିବା ଏଇ ଯେଉଁ ଭାବନା ଏଇ ଯେଉଁ ଭାବ ତାହା ଖୁବ କାମ ଦେଖିବା କୁ ମିଳେ ,ଅତି ସୁନ୍ଦର ଭାବରେ ଗାୟିକା ଗୌରୀଵାଲା ସ୍ୱାଇଁ ଆଲୋଚନା କରି ଛନ୍ତି ଆସନ୍ତୁ ଦେଖିବା ସୁନ୍ଦର ବିଷୟ ଟି ଭାତୃ ଭାବ